Jump to content

Page:Amari matir amar shaheed.pdf/8

From Wikisource
This page has not been proofread.

ଡଖଲ କରି ନେଲେ ବି ସେ ନୀରବ ହୋଇଥିଲେ । ଆଶା କରିଥିଲେ ଫିରିଙ୍ଗ ଫଉଜ ଫେରି ଯିବେ । ସେମାନେ ଚାଲିଗଲାପରେ ପୁରୀ ସହର ମନ୍ଦୀର ସବୁ ତାଙ୍କର ହୋଇ ରହିବ । କିନ୍ତୁ ଇଂରେଜମାନେ କେତେକ ହିନ୍ଦୁ ସୈନୟ୍ଙ୍କୁ ଜଗାଯୟ ଦେଇ ପୁରୀରୁ କଟକ ଫେରିଲେ ।

     କଟକ ଫେରିବା ବାଟରେ ଆଉ ସେଠାରୁ କିଛି ବାଟରେ ଦାନ୍ଡ ମୁକୁନ୍ଦପୁର ଗାଁ । ପିପିଲିରେ ସେତେବେଳେ ମରହଟା ସୈନ୍ୟମାନେ ଦାନ୍ଡ ମୁନ୍ଦପୁରଠାରେ ଇଂରେଜ ସୈନଙ୍କୁ ବାଧା ଦେଲେ ଖୁମ୍ ଲଢେଇ ହେଲି  । ଶେଷରେ ମରହଟା ସୈନମାନେ ହଟିଗଲେ । ଫିରିଙ୍ଗ ଫଉଜ ଆଗେଇ ଚାଲିଲେ   ।
            କଟକର ଦକ୍ଷିଣକୁ ଏବେ ଯେଉଁ କାଠଯୋଡି ବହିଯାଉଛି, ସେତେବେଳେ ତାହା ଏତେ ବଡ ନ ଥିଲା । ଲୋକମାନେ କାଠକୁ ଯୋଡି ତାକୁ ପାରି ହେଉଥିବାରୁ ତାର ନାଁ ଥିଲା କାଠଯୋଡି । ଫିରିଙ୍ଗି ଫଉଜ ଏଇ କାଠଜୋଡି ନଦୀ ପାରି ହୋଇ କାଟକର ଲାଲବାଗଠାରେ ଫଞ୍ଚିଥିଲେ । ସେଠାରେ ମରହଟ୍ଟାଙ୍କର  କଚେରୀ ଥିଲା ଏବଂ ସୈନିକମାନେ ମଧ୍ଧ୍ୟ ଥଲେ । କିନ୍ତୁ ସେମାନେ ଫରିଙ୍ଗି ଫଉଜକୁ ଦେଖି ବାଧା ଦେବେ କ'ଣ ? ଜୀବନ ବିକଳରେ ପଳିଇଗଲେ । ବାରବାଟୀ ଦୁର୍ଗରେ ଲୁଚିଲେ ! କଟକର ବାସିନ୍ଧାମାନେ ମଧ୍ଧ୍ୟ ଭୟରେ ଘରଦୱର ଛାଡି ପଳାଇଲେ । 
      ଇଂରେଜ ସୈନ୍ୟମାନେ ନିଜର୍ନ କଟକ ସହର ଦଖଲ କରି ନେଲେ ବିନାବାଧାକରି । ତାପରେ ବାରବାଟୀ ଦର୍ଗ ଉପରେ ସେମାନେ ଚଢାଉ କଲେ । ମରହଟ୍ଟା ସୈନମାନେ ଦୁର୍ଗ ର ସବୁ ଦୂଆର ବନ୍ଦ କରି ଦେଇଥିଲେ ଇଂରେଜମାନେ ତୋପ ବସାଇ ଦୁର୍ଗର ପୂର୍ବ ଦୂଆର ପାଖ ପାଚେରିରେ ଗୋଟିଏ ଲୋକ ଗଲା ଭଲି ବାଟ ମେଲା କରିଦେଲେ । ଇଂରେଜ ସୈନ୍ୟମାନେ ଦୁର୍ଗ ଭିତରେ ପଶିଲେ । କିଛି ସମୟ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନମାନେ ହଟିଗଲେ । ଇଂରେଜମାନେ ସେମାନଙ୍କର ଜାତିୟ ପତାକା ବାରବାଟିର ଦୁର୍ଗ ଉପରେ ଉଡାଇ ଦେଲେ । ସେଦିନ ଥିଲା ୧୮୦୩ ମସିହା ଅକ୍ଟୋବର ମାସ ୧୪ ତାରିଖ  । ଜାତିର ଗୌରବ ଗଡ ବାରବାଟୀର ପତନରେ ଓଡିଶାର ସୁଆଧୀନତା ଲୋପ ପାଇଲା  ।